Four persons sunk in Jhanjabayi river near Majhighariani Temple in Rayagada. Odisha on 23/05/17.

ମା’ଙ୍କ ଦର୍ଶନ ପୂର୍ବରୁ ମହାଯାତ୍ରା, ଝଞ୍ଜାବତୀ ନଦୀରେ ବୁଡିଗଲେ ୪ ଶ୍ରଦ୍ଧାଳୁ

ରାୟଗଡ଼ା: ମା’ଙ୍କୁ ଦର୍ଶନ କରିବାକୁ ଚାଲିଆସିଥିଲେ ଆନ୍ଧ୍ରପ୍ରଦେଶରୁ। କିନ୍ତୁ ମା’ଙ୍କୁ ଦର୍ଶନ କରିବା ପୂର୍ବରୁ ଆଖି ବୁଜିଦେଲେ। ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ ୪ ଜଣ। ସେମାନଙ୍କ ମଧ୍ୟରୁ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି।



ଆଜି ଆନ୍ଧ୍ରପ୍ରଦେଶର ୪ ଜଣ ରାୟଗଡ଼ା ଜିଲ୍ଲାର ମା’ ମଝିଘରିଆଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ। ମା’ଙ୍କୁ ଦର୍ଶନ କରିବା ପୂର୍ବରୁ ଝଞ୍ଜାବତୀ ନଦୀର ମଝିଘରିଆଣୀ ଘାଟରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ଖବର ପାଇଁ ରାୟଗଡ଼ା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲେ |

Comments

Popular posts from this blog